ସୋର: ଗୁଡ଼ ଗ୍ରାମରେ ପୁଲିସର ଚଢ଼ାଉ, ଦେଶୀ ବିଦେଶୀ ମଦ ଜବତ ସହ ଜଣେ ଗିରଫ
Soro, Balasore | May 28, 2025 ସୋର ପୁଲିସ ପକ୍ଷରୁ ଗୁଡ଼ ଗ୍ରାମରେ ଚଢ଼ାଉ କରି ଦେଶୀ ବିଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗୁଡ଼ ଗ୍ରାମର ସନାତନ ରାଉଳ ଚୋରା ମଦ ବିକ୍ରି କରୁଥିବା ଖବର ପାଇ ଗତକାଲି ରାତିରେ ଅନନ୍ତପୁର ଫାଣ୍ଡି ପୁଲିସ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ତା ନିକଟରୁ ୧୦ ଲିଟର ଦେଶୀମଦ ଏବଂ ୨ ଲିଟର ବିଦେଶୀମଦ ଜବତ କରି ତାକୁ ଆଣି ସୋର ଥାନାରେ ଅଟକ ରଖିଥିଲେ। ଆଜି ସକାଳେ ଏ ବାବଦରେଥାନାରେ ୪୧୩/୨୫ ରେ ଏକ ମାମଲା ରୁଜ୍ଜୁ କରି ସନାତନକୁ ଗିରଫ କରିଥିଲେ। ମଧ୍ୟାହ୍ନରେ ସୋର ମେଡ଼ିକାଲରେ ତାର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି।