ସୋର: ରାଇରଙ୍ଗପୁରରୁ କଟକ ସ୍ଥାନାନ୍ତର ବେଳେ ସୋର ମେଡିକାଲରେ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ
Soro, Balasore | May 26, 2025 ରାଇରଙ୍ଗପୁରରୁ କଟକ ସ୍ଥାନାନ୍ତର ବେଳେ ସୋର ମେଡିକାଲରେ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ରାଇରଙ୍ଗପୁର ୯ ନମ୍ବର ୱାର୍ଡର ମିଲନ ମହାନ୍ତି ଗତକାଲି ଅପରାହ୍ନରେ ବାଇକ ଯୋଗେ ବଜାରରୁ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ମିଲନ ଗୁରୁତ୍ତର ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରିବା ପରେସୋର ମେଡ଼ିକାଲ ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।