ସୋର: ସାବିତ୍ରୀ ବ୍ରତରେ ଅଘଟଣ, ମାଲଦାପଡା ଗ୍ରାମରେ ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା
Soro, Balasore | May 26, 2025 ଖନ୍ତାପଡ଼ା ଥାନା ପଣପଣା ପଞ୍ଚାୟତ ମାଲଦାପଡା ଗ୍ରାମରେ ଜଣେ ଜଣେ ଯୁବକ ଆଜି ସାବିତ୍ରୀ ବ୍ରତରେ ସ୍ତ୍ରୀ ମନ୍ଦିର ଯାଇଥିବା ବେଳେ ଶୋଇବା ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଗ୍ରାମର ପଦ୍ମଲୋଚନ ବେହେରା ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ କିଛି ଦିନପୂର୍ବରୁ ଦୁର୍ଘଟଣାଗ୍ରସ୍ତହୋଇଥିଲେ। ତାଙ୍କ ଗୋଡ଼ରେ ଅପରେସନ ହେବା ଫଳରେ ଖର୍ଚ୍ଚାନ୍ତ ହୋଇ ମାନସିକ ଭାରାକ୍ରାନ୍ତ ହୋଇଥିଲେ। କିନ୍ତୁ ଆଜି ସାବିତ୍ରୀବ୍ରତ ଥିବାରୁ ତାଙ୍କ ପତ୍ନୀ ଜୟନ୍ତୀ ପୂଜା କରିବାକୁ ନିକଟସ୍ଥ ମନ୍ଦିରକୁ ଯାଇଥିଲେ।ଫଳରେପଦ୍ମଲୋଚନ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟାକରିଛନ୍ତି।