ସୋର: ଚପରପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ମଟର ପ୍ୟାକେଟ ବୋଝେଇ ଟ୍ରକ
Soro, Balasore | May 26, 2025 ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚପରପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଏକ ଟ୍ରକ ଓଲଟି ପଡ଼ିଥିବା ବେଳେ ଚାଳକ ଜଣଙ୍କ ସୁରକ୍ଷିତ ଥିବା ଜଣାପଡିଛି। ଆଜି ଅପରାହ୍ନରେ ଡବ୍ଲୁ ବି ୦୫ ୮୭୧୬ ନମ୍ବର ବିଶିଷ୍ଟ ଟ୍ରକଟି କଲିକତାରୁ ମଟର ପ୍ୟାକେଟ ବୋଝେଇ କରି କଟକ ଅଭିମୁଖେ ଯାଉଥିବା ବେଳେ ଚପରପଦା ନିକଟରେ ଚାଳକଙ୍କୁ ନିଦ ଆସିଯିବାରୁ ଭାରସାମ୍ୟ ହରାଇ ବିପରୀତ ପାର୍ଶ୍ୱ ରାସ୍ତା ଉପରେ ଓଲଟି ପଡିଥିଲା। ଏହାର ଚାଳକ ସୁରକ୍ଷିତ ଥିବା ବେଳେ ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।