ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠ ସରସିଂ ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମିଲର ମାନଙ୍କ ସହିତ ସିଧା ସଳଖ ଯୋଗାଯୋଗ ନକରି ସମବାୟ ସମ୍ପାଦକ, ବ୍ଲକ ଯୋଗାଣ ଅଧିକାରୀ, ବିଡ଼ିଓ, ତହସିଲଦାର କିମ୍ୱା ବିଧାୟକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ସହ ଟୋକନ ସମସ୍ୟା ରହିବ ନାହିଁ ବୋଲି କହିଥିଲେ ବିଧାୟକ । ଚାଷୀଙ୍କ ମୌଳିକ ସମସ୍ୟା ଦୂର କରିବାକୁ ହେଲେ ଚାଷୀ ସଚେତନ ସହ ଚାଷୀ ଏକତା ନିହାତି ଆବଶ୍ୟକ ବୋଲି କହିଥିଲେ ବିଧାୟକ ।