କଟକ ପୌରାଞ୍ଚଳ: ନୂଆପଡ଼ା ଅଞ୍ଚଳରେ ଜଣେ ନର୍ସ ବେକରେ ଲୁଗାଦେଇ ଆତ୍ମହତ୍ୟା ଘଟଣାରେ ଶୁକ୍ରବାର ବାଲାଂଦେଶ ସୀମାରୁ ଅଭିଯୁକ୍ତ ଗିରଫ କରିଛି ମଧୁପାଟଣା ପୋଲିସ
ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଅଞ୍ଚଳରେ ଜଣେ ନର୍ସ ବେକରେ ଲୁଗାଦେଇ ଆତ୍ମହତ୍ୟା କରିବା ଘଟଣାର ତଦନ୍ତ ଚଳାଇ ପୁଲିସ ବାଲାଂଦେଶ ସୀମାବର୍ତ୍ତୀ ଅଞ୍ଚଳର ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଲା ପଶ୍ଚିମବଙ୍ଗ-ବାଲାଂଦେଶ ସୀମାବର୍ତ୍ତୀ କୁସୁମୁଣ୍ଡି ଜିଲାର ଦକ୍ଷିଣ ଦିନାଜପୁର ଅମର ସାନିରିପନ(୨୪)। ତାକୁ ଚୌଦ୍ୱାର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଶୁକ୍ରବାର ରାତି ୧୦ ଟାରେ ସୂଚନା ଦେଇଛି।