ଏସ୍ଆଇ ପରୀକ୍ଷାର କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ମାଧ୍ୟମରେ କେବଳ ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ବିଜୁ ଜନତା ଦଳ କହିଛି ।ଶଙ୍ଖ ଭବନରେ ରବିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଶ୍ରୀ ପ୍ରୀତିରଞ୍ଜନ ଘଡେଇ କହିଥିଲେ, କ୍ରାଇମବ୍ରାଞ୍ଚ ଏହି ଘଟଣାରେ ସମ୍ପୃକ୍ତ କେବଳ ଦଲାଲମାନଙ୍କୁ ଧରୁଛି ଓ ବଡ ମୁଣ୍ଡକୁ ଛାଡି ଦିଆଯାଉଛି ।ଶ୍ରୀ ଘଡେଇ କହିଥିଲେ, ଚାକିରି ଚୋର ସରକାରଙ୍କ କାର୍ଯ୍ୟରେ ରାଜ୍ୟର ଯୁବ ସମାଜ ବ୍ୟତିବ୍ୟସ୍ତ ହୋଇ ପଡିଲେଣି, ହତାଶ ହୋଇ ପଡିଲେଣି । ରାଜ୍ୟର ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଲେଣି ।