ଭଟଲି: ବରଗଡରେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ନିଷ୍ଠା ପରିବାର, ଚାଲିଛି ଚିକିତ୍ସା
ବରଗଡ଼ ଜିଲ୍ଲା ବରପାଲିର ପରମାନପୁର ଗାଁରେ ଅସହାୟ ଅବସ୍ଥାରେ ଥିବା ୮୫ ବର୍ଷୀୟା ବୃଦ୍ଧା ଦୂତୀ ସାହୁଙ୍କୁ ନିଷ୍ଠା ପରିବାର ସଦସ୍ୟ ଉଦ୍ଧାର କରିଛନ୍ତି। ଖାଇବା ପିଇବା ନ ପାଇ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ବୃଦ୍ଧାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।