କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ରକ୍ତଦାତା ଦିବସ ଉତ୍ସାହ ଓ ଗମ୍ଭୀରତାର ସହ ପାଳିତ ହୋଇଛି। ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ତ୍ୱ ଏବଂ ଏହା ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସକାଳ ୮ଟାରେ ଏଡିଏମଓଙ୍କ ନେତୃତ୍ୱରେ ଚିକିତ୍ସାଳୟ ପରିସରରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାକୃତ ରକ୍ତଦାତା ଓ ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ ରକ୍ତଦାନ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।