#ଛାତ୍ର_ସଂସଦ_ନିର୍ବାଚନ_ତ୍ରୁଟି_କୁ_ନେଇ #ରାଜକନିକା_କଂଗ୍ରେସ_ର_ସାମ୍ବାଦିକ #ସମ୍ମିଳନୀ
ଗତକାଲି ସରି ଥିବା ଛାତ୍ର ସଂସଦ ନିର୍ବାଚନ ରେ ଏସ. ଏନ. କଲେଜ ଅଧକ୍ଷ ଏବଂ ସ୍ଥାନୀୟ ତହସିଲଦାର ଙ୍କ ପକ୍ଷ ପାତି ତା ଏବଂ ଉଭୟ ତହସିଲଦାର ଓ କଲେଜ ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ସନ୍ତୋଷ ଜନ ଉତ୍ତର ନଦେଇ ଯେନ ଜି ମାନଙ୍କୁ ସେମାନଙ୍କ କ୍ୟାରିୟର ବର୍ବାଦ କରି ଦେବା କହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ଏପରି କି ସନ୍ଧ୍ୟା ରେ ସରକାରୀ ଦଳ ଦ୍ୱାରା ପ୍ରଭାବିତ ହୋଇ ବିଦ୍ୟୁତ କନେକ୍ସନ କାଟିବା ଦ୍ୱାରା ଫଳାଫଳ ପୃଥକ ହେଲା ଏଣୁ ତୁରନ୍ତ ତହସିଲଦାର ଙ୍କୁ ନିଲମ୍ବିତ କରିବା ସହ ଅଧକ୍ଷ ଙ୍କ ଉପରେ ବିଭାଗୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ କାଲି ରାତି ରେ କଲେଜ କ୍ୟାମ୍ପସ ଭିତରକୁ ଵାଣ ମାଡ ହେବା ଓ ସ୍ଥାନୀୟ ଗଂଜା ଗ୍ରାମ ର ଯୁବକ ଙ୍କ ହାତ ପୋଡିଯିବା ପରେ ତାଂକୁ କଟକ ମେଡିକାଲ କୁ ରେଫର କରାଯାଇଛି ଆଗାମୀ ଦିନ ରେ କଂଗ୍ରେସ ଓ ଛାତ୍ର କଂଗ୍ରେସ ପ୍ରତିନିଧି ଜିଲ୍ଲପାଳ ଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି. ଏହି କଲେଜ ରେ ଲିଙ୍ଗ ଡୋ କମିଶନ ତଥା ନିର୍ବାଚନ ନିୟମ କୁ ଦଳି ମକଚି ଦିଆଯାଇ ସାମାଜିକ ବିଶୃଙ୍ଖଳା କୁ ପ୍ରତେକ୍ଷ ଭାବେ ପ୍ରଭାବିତ କରିବା କୁ ନିନ୍ଦା କରିବା ସହ ଆଇନ ଅନୁଯାଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି. ସମଗ୍ର କନିକା ରେ ରାଜନୈତିକ ଛକା, ପଞ୍ଝା ଚାଲିଥିବା ଦେଖିବାକୁ ମିଳିଛି. ଏହି ସାମ୍ବାଦିକ ସମ୍ମିଳନୀ ରେ କନିକା ବ୍ଲକ ସଭାପତି ପଙ୍କଜ ଦାସ ଓ କେନ୍ଦ୍ରାପଡ଼ା ଛାତ୍ର କଂଗ୍ରେସ ସଭାପତି ଦିବ୍ୟ ରଞ୍ଜନ ରାଉତ, ବାବୁରାମ ଜେନା, କୃତିବାସ ନାୟକ, ଖିରୋଦ ରାଉତ, ଅଭିରାମ ବିଶ୍ୱାଳ ଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ