ବାରିପଦା ମ୍ୟୁନିସିପାଲଟି: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡ଼ା ପହଣ୍ଡି ସମ୍ପନ୍ନ, ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥଟଣା
ଆଜି ଶ୍ରୀକ୍ଷେତ୍ର ରେ ତିନି ଠାକୁର ଙ୍କ ପହଣ୍ଡି ଓ ବାହୁଡା଼ ରଥଟଣା ସରିଛି। ପରମ୍ପରା ଅନୁସାରେ ସେଠାରେ ସରିବା ପରେ ୨ୟ ଶ୍ରୀକ୍ଷେତ୍ରରେ ହୋଇଛି ବାହୁଡ଼ା ପହଣ୍ଡି। ଶନିବାର ସନ୍ଧ୍ୟା ୬.୩୦ ଟା ରୁ ରାତି ୮.୩୦ ଟା ଯାଏଁ ମାଉସୀ ମାଆ ମନ୍ଦିର ରୁ ଗୋଟି ପହଣ୍ଡିରେ ତିନିଠାକୁର ବହୁଡ଼ିବା ଲାଗି ରଥାରୂଢ଼ ହୋଇଛନ୍ତି। ରୀତିନୀତି ଅନୁଯାୟୀ ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ରଥାରୂଢ଼ ତିନିଠାକୁର ଭକ୍ତ ଙ୍କ ମୁକ୍ତ ଦର୍ଶନ ଦେବେ। ଆସନ୍ତାକାଲି ଅର୍ଥାତ ରବିବାର ଓ ସୋମବାର ଦୁଇଦିନ ଧରି ହେବ ବାହୁଡ଼ା ରଥଟଣା।