ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଇନ୍ଫୋସିଟି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେସାଲ ଟିମ୍ ସଦଳବଳେ ପଟିଆ ଖେଳ ପଡିଆ ନିକଟରେ ଅତର୍କିତ ଚଢ଼ଉ କରିବା ସହ ବେଆଇନ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଦୁଇ ଅଭିଯୁକ୍ତ ସୋମେଶ କୁମାର ମାଟି ଓରଫ୍ ଭିକି ଓ ଅନିକେତ ମଲ୍ଲିକଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଛାନବିନ ସମୟରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୧୦ ଗ୍ରାମ ଓଜନର ବ୍ରାଉନସୁଗାର, ଗୋଟିଏ କାର୍ ଏବଂ ୬୦୦ ଟଙ୍କା ଜବତ କରିଥିଲେ ।