Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी

ଜୟପୁର: ଜିଲ୍ଲା ସ୍ତରୀୟ ପରବ ନିମନ୍ତେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବୈଠକ, ସୂଚନା ଦେଲେ ଉପ ଜିଲାପାଳ

Jeypore, Koraput | Nov 19, 2025
ଜିଲ୍ଲା ସ୍ତରୀୟ ପରବ ନିମନ୍ତେ ଆଜି ସଂନ୍ଧ୍ୟା 5ଟାରେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଅକା ବରମ. ସସ୍ୟାରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ ଏହ ବୈଠକରେ ଡ୍ରାମା, ଚିତ୍ରକଳା ଓ ଗୀତ କୁ ନେଇ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚ୍ଚୀ ଜେନା ଓ ଜିଲ୍ଲା ପ୍ଲାନି˚ ଅଧିକାରୀ ତଥା ଜିଲ୍ଲା ସ˚ସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ ସହରର ବିଭିନ୍ନ ସ˚ସ୍କୃତିକ ପ୍ରେମୀ ଉପସ୍ଥିତ ଥିଲେ।

MORE NEWS

ପହିଲି ବର୍ଷାରେ ଜଳମଗ୍ନ ଜୟପୁର ରାସ୍ତାରେ ଆଣ୍ଠୁଏଁ ପାଣି ପୌରପାଳିକା ପୁଣି ଫେଲ୍ ପୌରପାଳିକା ପୁଣି ହାତ ଟେକିଦେବ କି?
UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #viralreelsfbpage

ପହିଲି ବର୍ଷାରେ ଜଳମଗ୍ନ ଜୟପୁର ରାସ୍ତାରେ ଆଣ୍ଠୁଏଁ ପାଣି ପୌରପାଳିକା ପୁଣି ଫେଲ୍ ପୌରପାଳିକା ପୁଣି ହାତ ଟେକିଦେବ କି? UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #viralreelsfbpage

Jeypore, Koraput | Jun 15, 2026

ଜୟପୁରରେ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଯାପିତ।
୨୦୦ରୁ ଅଧିକ ଖେଳାଳିଙ୍କ ଅଂଶଗ୍ରହଣ, ପ୍ରମାଣପତ୍ର ବଣ୍ଟନ।
ଜୟପୁର, ୧୫/୬ (ନି.ପ୍ର.) : ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଜୋନ୍ ଏଫ୍‌.ସି. ପକ୍ଷରୁ ଆୟୋଜିତ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ଆଜି ଉତ୍ସାହ ଓ ଆନନ୍ଦର ସହ ସମ୍ପନ୍ନ ହୋଇଛି। ଗତ ଜୁନ୍ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ଦୀର୍ଘ ୭ ଦିନ ଧରି ଚାଲିଥିଲା।ଏହି ଶିବିରରେ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାର ୨୦୦ରୁ ଅଧିକ ଫୁଟବଲ ଖେଳାଳି ବିଭିନ୍ନ ବୟସ ବର୍ଗରୁ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଖେଳାଳିମାନଙ୍କୁ ଆଧୁନିକ ଫୁଟବଲ କୌଶଳ, ଶାରୀରିକ ଦକ୍ଷତା ବିକାଶ ଓ ଖେଳର ବିଭିନ୍ନ ପ୍ରାକ୍ରିତିକ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ସମ୍ମାନିତ ଅତିଥି ରୂପେ ବିଜେଡିର ଯୁବ ନେତା ଧର୍ମେନ୍ଦ୍ର (କୁନି) ଅଧିକାରୀ ଯୋଗଦେଇ ଆୟୋଜକ, ପ୍ରଶିକ୍ଷକ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ ଫୁଟବଲ ଭଳି ଲୋକପ୍ରିୟ ଖେଳର ବିକାଶ ପାଇଁ ଏପରି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଶିବିରରେ ମୋଟ ୬ ଜଣ ପ୍ରଶିକ୍ଷକ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଓ ଆୟୋଜକ ଜୋନ୍ ହରିଜନଙ୍କ ନେତୃତ୍ୱରେ ଜୋସେଫ ବାହାଦୁର, ଧୋନି ଗରଡ଼ା, ପିଙ୍କୁ, ଅମିତ ସ୍ୱାଇଁ ପ୍ରମୁଖ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ।
ଶେଷରେ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ଅଞ୍ଚଳର ଯୁବ ଖେଳାଳିମାନଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଜାତୀୟ ଓ ରାଜ୍ୟ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

ଜୟପୁରରେ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦଯାପିତ। ୨୦୦ରୁ ଅଧିକ ଖେଳାଳିଙ୍କ ଅଂଶଗ୍ରହଣ, ପ୍ରମାଣପତ୍ର ବଣ୍ଟନ। ଜୟପୁର, ୧୫/୬ (ନି.ପ୍ର.) : ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଜୋନ୍ ଏଫ୍‌.ସି. ପକ୍ଷରୁ ଆୟୋଜିତ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ଆଜି ଉତ୍ସାହ ଓ ଆନନ୍ଦର ସହ ସମ୍ପନ୍ନ ହୋଇଛି। ଗତ ଜୁନ୍ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ଦୀର୍ଘ ୭ ଦିନ ଧରି ଚାଲିଥିଲା।ଏହି ଶିବିରରେ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାର ୨୦୦ରୁ ଅଧିକ ଫୁଟବଲ ଖେଳାଳି ବିଭିନ୍ନ ବୟସ ବର୍ଗରୁ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଖେଳାଳିମାନଙ୍କୁ ଆଧୁନିକ ଫୁଟବଲ କୌଶଳ, ଶାରୀରିକ ଦକ୍ଷତା ବିକାଶ ଓ ଖେଳର ବିଭିନ୍ନ ପ୍ରାକ୍ରିତିକ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ସମ୍ମାନିତ ଅତିଥି ରୂପେ ବିଜେଡିର ଯୁବ ନେତା ଧର୍ମେନ୍ଦ୍ର (କୁନି) ଅଧିକାରୀ ଯୋଗଦେଇ ଆୟୋଜକ, ପ୍ରଶିକ୍ଷକ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ ଫୁଟବଲ ଭଳି ଲୋକପ୍ରିୟ ଖେଳର ବିକାଶ ପାଇଁ ଏପରି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଶିବିରରେ ମୋଟ ୬ ଜଣ ପ୍ରଶିକ୍ଷକ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଓ ଆୟୋଜକ ଜୋନ୍ ହରିଜନଙ୍କ ନେତୃତ୍ୱରେ ଜୋସେଫ ବାହାଦୁର, ଧୋନି ଗରଡ଼ା, ପିଙ୍କୁ, ଅମିତ ସ୍ୱାଇଁ ପ୍ରମୁଖ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ଶେଷରେ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ଅଞ୍ଚଳର ଯୁବ ଖେଳାଳିମାନଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଜାତୀୟ ଓ ରାଜ୍ୟ ସ୍ତରରେ ସଫଳତା ହାସଲ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

Jeypore, Koraput | Jun 15, 2026

Jeypore, Koraput | Jun 15, 2026