ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର ତହସିଲ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କଲେ ନୂତନ ଜିଲ୍ଲାପାଳ
ନବରଙ୍ଗପୁର ତହସିଲ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କଲେ ନୂତନ ଜିଲ୍ଲାପାଳ ଆକ୍ସନ ମୁଡ଼ ରେ ନୂତନ ଜିଲ୍ଲାପାଳ, ନବରଙ୍ଗପୁର ର ନୂତନ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ କାର୍ଯ୍ୟ ରେ ଯୋଗଦେବା ଦିନଠାରୁ ଅଚାନକ ବିଭିନ୍ନ କାର୍ଯ୍ୟାଳୟ କୁ ପରିଦର୍ଶନ କରୁଛନ୍ତି, ଶୁକ୍ରବାର ଅଚାନକ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରି ରାଜସ୍ୱ ସଂଗ୍ରହ, ମ୍ୟୁଟେସନ୍ ମାମଲା ସମାଧାନ, ଭୂଦାନ ମାମଲା, ସରକାରୀ ଜମିର ସୁରକ୍ଷା, ଜବରଦଖଲ ମାମଲା ଗୁଡିକର ସମୀକ୍ଷା । ତହସିଲଦାରଙ୍କୁ MPR ସଠିକ୍ ଭାବରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।