#ଓଡିଶା_ଜନତା_କଂଗ୍ରେସ_ପାର୍ଟି_ପକ୍ଷରୁ_ସାଙ୍ଗଠନିକ_ସମ୍ମିଳନୀ_ଓ_ସମ୍ବର୍ଦ୍ଧନା_ସଭା
ଯାଜପୁର ଜିଲ୍ଲା ଓଡିଶା ଜନତା କଂଗ୍ରେସ ପାର୍ଟି (ଓ ଜେ ସି ) ପକ୍ଷରୁ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ସାଙ୍ଗଠନିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ପ୍ରଭାରୀ ନଜବୁର ରେହେମନ ଖାନ ଓ ସୋମନାଥ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯାଜପୁର ରେ ବ୍ଲକ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ହେଉଥିବା ବ୍ୟାପକ ଦୁର୍ନୀତି, ବେଆଇନ ବାଲି ଚୋରି ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅଣଓଡ଼ିଆ ନିଯୁକ୍ତି ପ୍ରସଙ୍ଗ ରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଲୋକ ଙ୍କ ସ୍ବାର୍ଥ ପାଇଁ ଦଳ ପକ୍ଷରୁ ବିଭିନ୍ନ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏଥି ସହ ସମସ୍ତ ବ୍ଲକ କମିଟି ଗଠନ କରିଵା ସହିତ ତୁରନ୍ତ ଜିଲ୍ଲା ଟିମ ଗଠନକରି ୧ ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ନିଷ୍ପତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଓ ମୁନିସିପାଲିଟି ରୁ ପ୍ରତିନିଧିତ୍ୱ କରିଥିବା ନେତୃତ୍ୱ ମାନେ ଅଂଶଗ୍ରହଣ କରି କରି ରାଜ୍ୟ ସରକାରଙ୍କ ବିଫଳତା ଓ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ବ୍ୟାପକ ଦୁର୍ନୀତି କୁ ମୁଦାକରି ଓଜେସି ଲଢେ଼ଇ କରିବାକୁ ପ୍ରସ୍ଥାପ ରଖିଥଲେ ।
#lntvnetwork #jajpurkhabar #JajpurNews #Aeiodisha