ବାଲେଶ୍ୱରରେ ଡାକ୍ତର ବିଜୟ କୁମାର ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ
Baleshwar, Balasore | Oct 24, 2026
ବାଲେଶ୍ୱର ବାଲିଆ ସିଟି କ୍ଲିନିକଠାରେ ସୁନାମଧନ୍ୟ ଚିକିତ୍ସକ ସ୍ୱର୍ଗତ ଡାକ୍ତର ବିଜୟ କୁମାର ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ।