#ବିପନ୍ନଙ୍କୁ_ସହଯୋଗର_ହାତ_ବଢ଼ାଇଛନ୍ତି_ସମାଜସେବୀ ବିଜୟ ଧଳ ଓ ତାଙ୍କ କନ୍ୟା କାବ୍ୟାପ୍ରିୟା ଧଳ।
ବୈତରଣୀ, ବ୍ରାହ୍ମଣୀ ଓ ତାର ଶାଖା ଖରସ୍ରୋତା ନଦୀରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ଉଭୟ ଦଶରଥପୁର ଓ ବିଂଝାରପୁର ବ୍ଲକର ଅନେକ ଗୁଡିଏ ଗାଁ ପ୍ରଭାବିତ ହୋଇଛି । ଏହି ଦୁଇଟି ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି। ଦଶରଥପୁର ପରେ ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ବିଜୟ ଧଳ ଓ ତାଙ୍କ କନ୍ୟା କାବ୍ୟାପ୍ରିୟା ଧଳ। ଗାଁ ଗାଁ ବୁଲି ବିପନ୍ନ ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି। ଛୋଟ ଛୋଟ ପିଲାଙ୍କୁ ଚକଲେଟ ଦେଉଛନ୍ତି। ସେମାନଙ୍କ ମୁହଁରେ ହାତ ଫୁଟାଉଛନ୍ତି। ଖରସ୍ରୋତା ପ୍ରଭାବରେ ବିଂଝାରପୁର ବ୍ଲକର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇରହିଛି। ନୂଆମାହାରା ଘାଇ ମୁହଁ ଦେଇ ପୁଣି ପାଣି ପଶିବାରୁ ହଳଦୀଡିହ, ବିରିପଟା, ନାରୀଗାଁ, ଫଳପୁର, ଚମ୍ପପାଳ, ଗଳଢିଅ ପ୍ରଭୃତି ଗାଁରେ ସ୍ଥିତି ଗମ୍ଭୀର ରହିଛି। ପୂର୍ବ ବନ୍ୟାରେ ନୂଆମାହାରା ଠାରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ସରି ନଥିବାରୁ ସେହି ବାଟ ଦେଇ ବନ୍ୟାଜଳ ଗାଁକୁ ପ୍ରବେଶ କରିଛି। ଏଥିପାଇଁ ଦୁର୍ଦଶା ଭୋଗୁଛନ୍ତି ବିଂଝାରପୁର ବ୍ଲକର ୫ରୁ ଉର୍ଦ୍ଧ୍ବ ପଂଚାୟତବାସୀ। ୧୫ଦିନରୁ ଉର୍ଦ୍ଧ୍ବ ସମୟ ଧରି ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷଜମିରେ ଲହଡ଼ି ମାରୁଛି ବନ୍ୟାପାଣି। ଫଳରେ ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ସହ ତଳିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି। ସେପଟେ ବିପନ୍ନଙ୍କ ଦୁର୍ଦଶା ଦେଖି ଧର୍ଯ୍ୟହରା ହୋଇଉଠିଥିଲେ କାବ୍ୟା। ସରକାରଙ୍କ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଥିବାରୁ ସରକାରଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଥିଲେ। ବିଭିନ୍ନ ସ୍ବେଛାସେବୀ ସଂଗଠନ ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଥିବାରୁ କାବ୍ୟା ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସ୍ଥିତି ସ୍ୱାଭାବିକ ନହେବା ଯାଏ ପାଣିଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି କାବ୍ୟାଙ୍କ ବାପା ବିଜୟ କୁମାର ଧଳ।
#kabyapriya #kiituniversity #lntvnetwork #Aeiodisha #JajpurNews #jajpurkhabar