ପିପିଲି: ଅଲାର ପୁର ଗ୍ରାମର ହରଦୁର୍ଗା ୟୁଥ କ୍ଲବ ପକ୍ଷରୁ ମେଳଣ ପଡିଆରେ ଦୁଇ ଦିନିଆ ୧୫ତମ କୁମାର ଉତ୍ସବ ଉଦଘାଟିତ,ଯୋଗଦେଲେ ସ୍ଥାନୀୟ ବିଧାୟକ
Pipili, Puri | Oct 6, 2025 ଆଜି ରାତି ୮ଟାରେ ପିପିଲି ବ୍ଲକ୍ ଅନ୍ତର୍ଗତ ଅଲାର ପୁର ଗ୍ରାମର ହରଦୁର୍ଗା ୟୁଥକ୍ଲବ ପକ୍ଷରୁ ମେଳଣ ପଡିଆରେ ଦୁଇ ଦିନିଆ ୧୫ତମ କୁମାର ଉତ୍ସବ ଉଦଘାଟିତ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂହ, ଲୋକ ସଭା ସାଂସଦ ସମ୍ବିତ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ।