ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଣେଷ ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ନେଇ ପଥରଗଡ଼ିଆ ଅଞ୍ଚଳରୁ 8ଅଭିଯୁକ୍ତଙ୍କୁ ଗିରଫ କଲା ଇନଫୋସିଟି ଥାନା ପୋଲିସ
ସୂଚନାଯୋଗ୍ୟ ଯେ, ଇନଫୋସିଟି ଥାନା ଅନ୍ତର୍ଗତ ପଥରଗଡ଼ିଆ ଅଞ୍ଚଳରେ ଥିବା ତାରିଣୀ ପୂଜା କମିଟି ଏବଂ ମା ଶିଖରଚଣ୍ଡୀ ପୂଜା କମିଟି ତରଫରୁ ଗଣେଷ ଭସାଣି ଶୋଭାଯାତ୍ରା ଯାଉଥିଲା । ଉଭୟ କମିଟିର ଶୋଭାଯାତ୍ରା ଆଗପଛ ହୋଇ ତ୍ରିନାଥମନ୍ଦିର ଛକ ଅଭିମୁଖେ ବାହାରିଥିଲେ । ତ୍ରିନାଥମନ୍ଦିର ଛକ ନିକଟରେ ପଛରେ ଆସୁଥିବା ମା ଶିଖରଚଣ୍ଡୀ ପୂଜା କମିଟିର ସଦସ୍ୟ ମାନେ ତାରିଣୀ ପୂଜା କମିଟିର ଭସାଣି ଶୋଭାଯାତ୍ରାକୁ ଅତିକ୍ରମ କରିବା ଲାଗି ପ୍ରୟାସ କରିଥିଲେ । ଯାହାକୁ ନେଇ ଉଭୟ କମିଟିର ସଦସ୍ୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଉଭୟ ପକ୍ଷ ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବିଭି