ସାମାନ୍ୟ କଥାରେ ରାସ୍ତାରେ ମାର୍ପିଟ୍ !
ମହିଳାଙ୍କୁ ନିର୍ମମ ମାଡ଼, ଦର୍ଶକ ସାଜିଲା ସମାଜ I
ଆଲିଗଡ଼ରେ ଏକ କାର୍ ଚାଳକ ଏବଂ ବାଇକ୍ ଆରୋହୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କାର୍ ଚାଳକ ଜଣକ କ୍ରମାଗତ ଭାବେ ଗାଳିଗୁଲ୍ଲଜ କରୁଥିଲେ। ଯେତେବେଳେ ଜଣେ ମହିଳା ତାଙ୍କୁ ବୁଝାଇବାକୁ ଗଲେ, ସେହି ବ୍ୟକ୍ତି ଜଣକ ମହିଳାଙ୍କ ଉପରେ ଚାପୁଡ଼ା ଓ ମୁଷ୍ଟିଘାତର ବର୍ଷା କରିଥିଲେ, ଯାହା ଫଳରେ ମହିଳାଜଣକ ଅଚେତ ହୋଇଯାଇଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି ସେଠାରେ ବହୁ ଭିଡ଼ ଜମିଥିଲେ ମଧ୍ୟ କେହିେ ସେହି ବ୍ୟକ୍ତିଙ୍କୁ ଅଟକାଇ ନଥିଲେ। ଓଲଟା ମହିଳାଙ୍କ ସହିତ ଆସିଥିବା ବ୍ୟକ୍ତିଙ୍କୁ ସେଠାରୁ ଚାଲିଯିବାକୁ କୁହାଯାଇଥିଲା। ସୋସିଆଲ ମିଡିଆରେ ମହିଳା ସମ୍ମାନ ନେଇ ଯେତେ ବଡ଼ ବଡ଼ କଥା କୁହାଗଲେ ମଧ୍ୟ, ବାସ୍ତବରେ ରାସ୍ତାଘାଟରେ କେହି କାହାକୁ ବଞ୍ଚାଇବାକୁ ଆଗେଇ ଆସନ୍ତି ନାହିଁ—ଏହା ହେଉଛି ସତ୍ୟ।
#AligarhNews #RoadRage #WomenSafety #ShamefulIncident #AligarhPolice #SocialApathy #JusticeForWomen
@followers