ଅନୁଗୋଳ ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ବଣାମୀରା ଗ୍ରାମରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହ ମଧ୍ୟ ଉଦ୍ଘାଟନ ହୋଇଛି। ଅନେକ ଲୋକ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବହୁ ଉନ୍ନତମାନର ଚିକିତ୍ସା ପାଇଁ ଆରୋଗ୍ୟ ହୋଇଛନ୍ତି। ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ଏଥିରେ ଚିକିତ୍ସା ହେଉଥିବା ଜଣା ପଡିଛି। ବିଶେଷ କରି ଖିଣ୍ଡା, ବଣାମୀରା, ତାଳପଦା, ଗଡ଼ତରାସ, ଜାମୁଣ୍ଡା, ନୂଆଖେତା, ସାନକନ୍ତକୁଳ, ଜାମୁଗାଡିଆ, ମହିଧରପଡ଼ା, କଞ୍ଜା, ତଳବେରଣା, ବଡକନ୍ତକୁଳ ଗ୍ରାମ ସହିତ ଆଖପାଖ ଅଞ୍ଚଳର ଅନେକ ଲୋକ ଚିକିତ୍ସା ପାଇଁ ଆସୁଛନ୍ତି। ପୂର୍ବରୁ ମେଡିକାଲ ପରିସରରେ ବିଶେଷ