ଉଦଳା: କୁଟଲିଂ ଗ୍ରାମର ରାଇସ ମିଲ ଛକରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର; ୨ ଜଣଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ
ଉଦଳା - ବାଇକ କୁ ମୁହାଁମୁହିଁ ଧକ୍କା ଦେଇ ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର । ଘଟଣାସ୍ଥଳରେ ୨ ମୃତ । ଉଦଳା ଥାନା କୁଟଲିଂ ଗ୍ରାମ ରାଇସ ମିଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ୨ ଜଣ ବାଇକ ଆରୋହୀ ହେଲେ କୁଟଲିଂ ଗ୍ରାମର ଭାଦ ହେମ୍ବ୍ରମ ଏବଂ ରାମେଶ୍ୱର ହେମ୍ବ୍ରମ । ଦୁର୍ଘଟଣା ପରେ ଓଲଟି ପଡିଲା ଟ୍ରାକ୍ଟର । ଡ୍ରାଇଭର ସମେତ ଟ୍ରାକ୍ଟରରେ ଥିବା ଅନ୍ୟ ୨ ଜଣ ଫେରାର । ଘଟଣା ସ୍ଥଳରେ ଉଦଳା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଉଦଳା ଦମକଳବାହିନୀ ପକ୍ଷରୁ କପ୍ତିପଦା ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟ, ଉଦଳା ରେ ଶବ ଗୁଡ଼ିକ ପହଞ୍ଚାଯାଇଛି ।