ଉଦଳା: କପ୍ତିପଦା ବଜାରରେ ଭାରସାମ୍ୟ ହରାଇ ଓଲଟିଲା ରଡ ବୋଝେଇ ପିକଅପ
ସୂଚନାଯୋଗ୍ୟ ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ବଜାର ରେ ଭାରସାମ୍ୟ ହରାଇ ଓଲଟି ପଡିଲା ରଡ଼ ବୋଝେଇ ପିକପ୍ । ଆଜି ରାତି ୦୯ ଘଟିକା ସମୟରେ ରଡ଼ ବୋଝେଇ ପିକପ୍ ଟି କପ୍ତିପଦା ବଜାର ଦେଇ ଦୃତ ବେଗରେ ଉଦଳା ଆଡ଼କୁ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ତଳକୁ ଓଲଟି ପଡ଼ିଛି । ତେବେ ଏଥିରେ କାହାରି କୈାଣସି କ୍ଷତି ସୋଇନଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟରେ ପିକପ୍ ଟି କୁ ଉଠାଯାଇଛି । ତେବେ ଘଟଣା ସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।