ରାସ୍ତା ଉପରେ ଦୁଇ ବାଇକ ଆରୋହୀଙ୍କ ମୃତଦେହ। ଅଜଣା ଗାଡି ଧକ୍କାରେ ମୃତ୍ୟୁ ନେଇ ସନ୍ଦେହ। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଭରସୂଜା ଛେଲିଆପାଟ ମନ୍ଦିର ସାମ୍ନା ରେ ବାଇକ୍ ଦୁର୍ଘଟଣା ହୋଇଛି ଘଟଣା ସ୍ଥଳରେ ହିଁ ଚାଲିଗଲା ଦୁଇ ଜଣ ଙ୍କ ଜୀବନ। ମୃତକ ଦୁଇଜଣ ଙ୍କ ନାମ ସୁରେଶ ଓ ଚେରୁ ହୋଇଥିବା ବେଳେ ଉଭୟେ ବଡ଼ଟିକା ପଞ୍ଚାୟତ ସାହାଜଛାପର ଗ୍ରାମ ର ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଆଗଲପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।