ସୋହେଲା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲେବିଡି ଠାରେ ଆଜି 10 AM ରୁ 5 PM ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି । ସୋହେଲା ବିଇଓ ଅମୃତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଅବସରପ୍ରାପ୍ତ ବିଇଓ ଘନଶ୍ୟାମ ସାହୁ, ମୁଖ୍ଯ ବକ୍ତା ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପରିଚାଳନା କମିଟୀର ସଭାପତି ହରି ଗୋପାଳ ସାହୁ ଏବିଇଓ ମୋତିଲାଲ ନନ୍ଦ ମଞ୍ଚାସୀନ ଥିଲେ। ସଭା କାର୍ଯ୍ୟକୁ ସି ଆର ସି ସି କେଦାରନାଥ ସାହୁ ସଂଯୋଜନା କରିଥିଲେ ।