ରାଉରକେଲା ମ୍ୟୁନିସିପାଲଟି: ଟାଗଂରାପଲୀ ସ୍ଥିତ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବ ଦେବୋତ୍ତର ବିଭାଗକୁ ଯାଇଥିବା ସୂଚନା
ରାଉରକେଲା ଟାଗଂରାପଲୀ ସ୍ଥିତ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବ ଏଣିକି ଦେବୋତ୍ତର ବିଭାଗ ଅଧୀନରେ ରହିବ। ଦୀର୍ଘଦିନ ଧରି ଜଗନ୍ନାଥ ମନ୍ଦିର ପରିଚାଳନା କରି ଆସୁଥିବା କମିଟି ଠାକୁରଙ୍କ ନୀତିରେ ବାରମ୍ବାର ବିଭ୍ରାଟ କରୁଥିବାରୁ ଶେଷରେ ଦେବୋତ୍ତର ବିଭାଗ ଅଧୀନରେ ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ବ ରଖା ଯିବାକୁ ସ୍ଥିର ହୋଇଛି।ରବିବାର ସଂଧ୍ୟାରେ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଦାୟିତ୍ବ ନେଇଛି ଦେବୋତ୍ତର ବିଭାଗ।