କୋରାପୁଟ ଦିଶା ବୈଠକକୁ ନେଇ ଯେଉଁ ସମସ୍ତ ମନ୍ତବ୍ୟ ସୋସିଆଲ ମିଡିଆରେ ଚାଲିଛି ତାହା ସାମ୍ବାଦିକଙ୍କୁ ଅସମ୍ମାନକୁ ଆକ୍ଷେପ କରିଲା ଭଳି ଲାଗୁଛି। ଯେତେବେଳେ ସେମାନେ ପ୍ରକୃତ ସତ୍ୟ ଜାଣିବେ ନିଜ ଗାଲକୁ ନିଜେ ଚାପୁଡ଼ା ମାରିବେ।ଦିଶା ବୈଠକ କୋରାପୁଟ ସାଂସଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଏବଂ ନବରଙ୍ଗପୁର ସାଂସଦଙ୍କ ସମେତ ତିନୋଟି କଂଗ୍ରେସ ବିଧାୟକ ଏବଂ ଦୁଇ ଜଣ ବିଜେପି ବିଧାୟକ ମଧ୍ୟ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମଙ୍କ ଜରିଆରେ ପ୍ରଚାର ପ୍ରସାର ନିମନ୍ତେ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପୂର୍ବରୁ ଯେଉଁ ଧାରା ଅନୁଯାୟୀ ସାମ୍ବାଦିକ ମାନେ ସେମାନଙ୍କ ଖବର ପ୍ରସାରଣ ପାଇଁ ଯାହା ଭିଜୁଆଲ ଏବଂ ଫଟୋ ଆବଶ୍ୟକ ଅନୁଯାୟୀ, ଜିଲ୍ଲା ର ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋଚନା ଚାଲିଥିବା ବେଳେ ସାମ୍ବାଦିକ ମାନେ ଉକ୍ତ ବିଷୟକୁ # ଲୋକ ଲୋଚନକୁ ଆଣିବା ପାଇଁ ଭିଡିଓ ଉତ୍ତୋଳନ କରୁଥିଲେ। ଉକ୍ତ ସମୟରେ ଜିଲ୍ଲାପାଳଙ୍କ କହିବା ଅନୁସାରେ ସାଂସଦ କୋରାପୁଟ ସାମ୍ବାଦିକଙ୍କୁ ସାଇଡ୍ ରହିବା ପାଇଁ କହିଥିଲେ। ସେତେବେଳେ ହଠାତ୍ ଜୟପୂର ବିଧାୟକ ରାଗିଯାଇ ସାମ୍ବାଦିକଙ୍କୁ ହେୟମନା କରି ଇଙ୍ଗିତ କରି ଉକ୍ତ ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ କରିଥିଲେ। ସେହି ସଭାରେ ସାମ୍ବାଦିକ ମାନେ ବିଧାୟକଙ୍କୁ ଏବଂ ଜିଲାପାଳଙ୍କୁ କିଛି ପ୍ରଶ୍ନ କରିବା ଅନୁଚିତ ଭାବି। ବାଇଟ୍ ଜରିଆରେ ପଚାରିଥିଲେ। ଠିକ୍ ସେହି ସମୟରେ ବିଧାୟକ ତାରାପ୍ରସାଦ ବାହିନୀପତି ବାହାରକୁ ଆସିଥିଲେ ସେତେବେଳେ ନିର୍ଦିଷ୍ଟ କିଛି ଗଣମାଧ୍ୟମ ତାଙ୍କୁ କିଛି ପ୍ରଶ୍ନ କରିବା ବେଳେ ସେ ରାଗିଯାଇ କହିଥିଲେ ମୋ ସହିତ ଖେଳୁଛୁ କି ଏବଂ ତମ ଚ୍ୟାନେଲ ଡାଇରେକ୍ଟର ଙ୍କୁ କହିବି ବୋଲି ଧମକ ଦେବା ପରେ ସାମ୍ବାଦିକଙ୍କ ସହ ବଚସା ହୋଇଥିଲା। ଏହାହିଁ ସତ୍ୟ। ଏହି ଦୁଇ ନେତାଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ସମ୍ମାନ ଦିଅନ୍ତି। କିନ୍ତୁ ସାମ୍ବାଦିକ ମାନଙ୍କୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିଭିନ୍ନ ସମୟରେ ଧମକ ଚମକ ଦେଉଥିବା ପ୍ରମାଣ ମଧ୍ୟ ପୂର୍ବରୁ ରହିଛି।