#ଯାଜପୁର_ପୋଲିସକୁ_ବଡ଼_ସଫଳତ।
#ଯାଜପୁର_ପୋଲିସ_ହାତରେ_ଧରା_ପଡ଼ିଲା_ଆନ୍ତଜିଲ୍ଲା_ଡକାୟତି_ଗ୍ୟାଙ୍ଗ।
୬ ଜଣିଆ ଡାକାୟତି ଗ୍ୟାଙ୍ଗକୁ ଧରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୪ଜଣ ଡ଼କାୟତ ଥିବା ବେଳେ ଚୋରି ସାମଗ୍ରୀ କ୍ରୟ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ୪ ଡ଼କାୟତ ମଧ୍ୟରୁ ତିନି ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ ଜଣେ ବାଲେଶ୍ଵର ଜିଲ୍ଲାର। କିଛି ମାସ ପୂର୍ବରୁ ବିଂଝାରପୁର ଓ ବାଳିଚନ୍ଦ୍ରପୁର ଥାନାରେ ସିରିଜ ଡ଼କାୟତି ଅଭିଯୋଗ ର ତଦନ୍ତ କରି ଏମାନଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ସେମାନଙ୍କ ଠାରୁ ୩୨ଗ୍ରାମ ସୁନା, ୧୩୦୦ଗ୍ରାମ ରୂପା, ନଗଦ ୧ଲକ୍ଷ ୧୦ହଜାର ସହ ୨ଟି ଦୁଇ ଚକିଆ ଯାନ ଓ ମୋବାଇଲ ଜବତ କରିଛି ପୋଲିସ। ସେମାନଙ୍କ ନାମରେ ଥିଲା ବିଂଝାରପୁର, ବାଳିଚନ୍ଦ୍ରପୁର, ବରୀ ସମେତ ବିଭିନ୍ନ ଥାନାରେ ଡକାୟତି ଅଭିଯୋଗ ରହିଥିବା ଯାଜପୁର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିତିକଣ୍ଠ କାନୁନଗୋ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ, ବିଂଝାରପୁର ଥାନା ଅଧିକାରୀ ବିଲ୍ଵ ମଂଗଳ ସେଠୀଙ୍କ ସମେତ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଦିଲ୍ଳୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
#jajpurpolice #lntvnetwork #JajpurNews #jajpurkhabar #Aeiodisha