ସୋର: ପୂର୍ବ ଶତ୍ରୁତାରୁ ଚାଷୀଙ୍କ ୪୪ ଡିସିମିଲ ଧାନ ଫସଲ ନଷ୍ଟ, ବିଷ ପ୍ରୟୋଗ ଅଭିଯୋଗ
Soro, Balasore | Oct 25, 2026 ବାଲେଶ୍ଵର ଜିଲା ସୋର ଥାନା ଭାଟପଡା ଗ୍ରାମରେ ଚାଷୀଙ୍କ ଧାନ ବିଲରେ ଘାସମରା ବିଷ ପକାଇ ଫସଲ ନଷ୍ଟ କରିଦେଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ବେଳେ ଚାଷୀ କୃଷ୍ଣ ଚନ୍ଦ୍ର ବାରିକ ଥାନାରେ ଏତଲା ଦେଇଛନ୍ତି।