ବଲାଙ୍ଗୀର: ଭୁଣ୍ଡି ମୁହାଁଣ ଗ୍ରାମରେ କୀଟନାଶ ପିଇ ଜଣେ ବ୍ୟକ୍ତି ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି
ଭୁଣ୍ଡି ମୁହାଁଣ ଗ୍ରାମରେ କୀଟନାଶ ପିଇ ଜଣେ ବ୍ୟକ୍ତି ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି ଭୁଣ୍ଡି ମୁହାଁଣ ଗ୍ରାମ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । କୀଟନାଶକ ପିଇ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାକୁ ପହଁଚି ଯାଇଛନ୍ତି। ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ସୁଧାକର ନାଗ ବୋଲି ସୂଚନା ମିଳିଛି। ସେ କାହିଁକି ଏଭଳି ପଦକ୍ଷେପ ନେଲେ, ତାହା ଏଯାବତ୍ ଅସ୍ପଷ୍ଟ ରହିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ସୁଧାକରଙ୍କୁ ତତ୍କ୍ଷଣାତ୍ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।