ଝାରସୁଗୁଡା: ଝାରସୁଗୁଡ଼ା ସହରାଞ୍ଚଳ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ ଏସ.ୟୁ.ଜେ. ଓଡ଼ିଶା ଝାରସୁଗୁଡା ଶାଖାର ଏକ ବୈଠକ ଅନୁଷ୍ଠିତ।
ଆଜି ମଧ୍ୟାହ୍ନରେ ଝାରସୁଗୁଡ଼ା ସହରାଞ୍ଚଳ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ ଏସ.ୟୁ.ଜେ. ଓଡ଼ିଶା ଝାରସୁଗୁଡା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଟ୍ରିବୁନାଲ ଅଧକ୍ଷ ସନ୍ତୋଷ ମିଶ୍ର, ରାଜ୍ୟ ଉପସଭାପତି ମେହେବୁବ ମେହେତାଵ, ଜିଲ୍ଲା ସଭାପତି ସୁବାସ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ , ସହ-ସମ୍ପାଦକ ଗୁରୁଚରଣ ବାଘ ଓ ସୁରଜ ସେଠ ପ୍ରମୁଖ ଉପସ୍ଥିତ ଥିଲେ।ଆଜି ଏହି ବୈଠକରେ ଆସନ୍ତା ୨୮ତାରିଖରେ ହେବାକୁ ଥିବା ମିଡ଼ିଆ କନଭେଂସନ ଉପରେ ଆଲୋଚନା କରାଯାଇଥିଲା।