ନୂଆପଡା: ସାଲିହାଗଡ଼ ପର୍ଯ୍ୟଟନ ସ୍ଥଳ ପାଇଁ ୨୮ କୋଟିର ଯୋଜନା, ସହିଦ ପରିବାରଙ୍କୁ ସମ୍ବର୍ଦ୍ଧନା
ନୂଆପଡା ଜିଲ୍ଲା ସାଲିହାଗଡ଼ କ୍ରାନ୍ତି ଦିବସରେ ସହିଦ ପରିବାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ମୃତି ସ୍ତମ୍ଭ ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ିବା ପାଇଁ ୨୮ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହେଉଛି। ସରକାରୀ ଅନୁମୋଦନ ପରେ ଆସନ୍ତା ବର୍ଷ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ।