ଢେଙ୍କାନାଳ ସଦର ଥାନା ଘଟିପିରି ଅମାନ୍ତିପଡ଼ା ନିକଟସ୍ଥ ଭୂଆଷୁଣୀ କଳା ମୁଗୁନୀ ପଥର ଖଣିରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଗତକାଲି ଗାଡ଼ିରେ ଚିପ୍ସ ଲୋଡିଂ ସମୟରେ ଖଣି କର୍ମଚାରୀ ଏବଂ ଗାଡ଼ି ଚାଳକଙ୍କ ମଧ୍ୟରେ ହାତାହାତି ହୋଇଥିଲା, ଯାହାକୁ ନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକମାନେ ଭୂଆଷୁଣୀ ପାହାଡ଼ ଖଣିରେ ଗାଡ଼ିଗୁଡ଼ିକର ଯାତାୟତ ବନ୍ଦ କରିଦେଇଥିଲେ, ଯାହାଫଳରେ ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ଠିଆ ହୋଇ ରହିଥିଲା।#public
#newsodiaodisha#dhenkanal#vairalpost
ଫାଣ୍ଡିରେ ଅଭିଯୋଗ କରିଥିବା ଖଣି ମାଲିକ ଘଟଣାସ୍ଥଳକୁ ଆସି ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଯଦି ଏହାର ସମାଧାନ ନ ହୁଏ, ତେବେ ଘର ଓ ରାସ୍ତା ଭାଙ୍ଗିବା ସହ ଅଞ୍ଚଳବାସୀ ଭୋଗୁଥିବା ନାହିଁ ନ ଥିବା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବେ ବୋଲି ସ୍ଥାନୀୟ ଯୁବକମାନେ ଚେତାବନୀ ଦେଇଛନ୍ତି।#