କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଗୁରୁବାର ଦିନ ବେଗୁନିଆପଡା ବ୍ଲକ କେ. ବରିଡା ପଂଚାୟତର କେ. ବରିଡା, ନିମିନା, ଵି. ନୁଆଁପଲ୍ଲୀ, ପିହାଣିଆ, ବିରିବାଟିଆ ଆଦି ଗ୍ରାମ ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବା ସହ ଉର୍ଣ୍ଣୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏଥିସହ କେ. ବରିଡା ପଂଚାୟତ ଅନ୍ତର୍ଗତ ପିହାଣିଆ ଠାରେ ବିଜେପି ର ଏକ ମିଶ୍ରଣ ପର୍ବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଫାଶୀ ପଂଚାୟତ ସରପଞ୍ଚ ଟୁନି ମାଝୀ, ସମିତି ସଭ୍ୟା ମାମି ବେହେରା ଙ୍କ ସମେତ ଫାଶୀ ପଂଚାୟତ ୱାର୍ଡ ସଭ୍ୟ ସଭ୍ୟା ଅନେକ ସମର୍ଥକ ଯୋଗ ଦେଇଥିଲେ ।