#ନାଳରେ_ଖସି_ପଡି_ସ୍ତ୍ରୀ_ମୃତ,
#ଵର୍ତ୍ତିଗଲେ_ସ୍ୱାମୀ_ଓ_୩ବର୍ଷର_ପୁଅ
ଦୁଧେଇ ନାଳରେ ଖସି ପଡି ସ୍ତ୍ରୀ ମୃତ, ଵର୍ତ୍ତିଗଲେ ସ୍ୱାମୀ ଓ ୩ବର୍ଷର ପୁଅ। ଗତକାଲି ରାତିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଶିବା ଛକ ନିକଟରେ ଥିବା ଦୁଧେଇ ସେତୁରେ ଘଟିଛି ଏଭଳି ଅଘଟଣ। ପୁଅ ସହ ଦମ୍ପତି ବାଇକରେ ଯାଉଥିବା ସମୟରେ ରାସ୍ତା ଖରାପ ଯୋଗୁ ଖାଲରେ ପଡି ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ସ୍ୱାମୀ ଓ ପରେ ପୁଅଙ୍କୁ ଉଦ୍ଧାର କରାଯାଇ ଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କଲେ। ମୃତକ ହେଲେ ସୁଜନପୁର ଅଞ୍ଚଳ ବ୍ୟବସାୟୀ ସତ୍ୟବ୍ରତ ଓଝା ଙ୍କ ପତ୍ନୀ କୁନି ମହାରଣା । ଯାଜପୁର ସଦର ଥାନା ପୋଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୂର୍ବରୁ ବାରମ୍ବାର ଏହି ରାସ୍ତା ଓ ସେତୁ ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଅଞ୍ଚଳବାସୀ ମାନେ ଅଭିଯୋଗ କରିଛନ୍ତି।
#lntvnetwork #JajpurNews #jajpurkhabar #Aeiodisha