ବାଲେଶ୍ବର ସଦର: ବାଲେଶ୍ୱରରେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ
ବାଲେଶ୍ୱର ସଦର ଥାନା ପରିକ୍ଷୀ ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ରାଜୀବ ଲୋଚନ ମାଝୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ଗୋଟାଏ ବେଳେ ଘରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିଲେ। ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।