ଲାଞ୍ଜିଗଡ: ଥୁଆମୁଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପାଳିତ ହେଲା ବିଶ୍ୱ ଏଡ୍ସ ଦିବସ
ସୋମବାର ଡିସେମ୍ବର ୧ ତାରିଖ ବିଶ୍ବ ଏଡ଼ସ ଦିବସ । ଥୁଆମୂଳ ରାମପୁର ମାଁ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୋଷ କୁମାର ପଣ୍ଡା, ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡାକ୍ତର କିଷାନ ନାଏକ ଯୋଗଦେଇ କ୍ରମଶଃ ବୃଦ୍ଧି ପାଉଥିବା ଏଡ୍ସ ରୋଗର ଭୟାବହତା ସମ୍ବନ୍ଧରେ ଆଲୋକପାତ କରିଥିଲେ।