ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ବାଦର୍ଖପଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀ କୁ ଗାଧୋଇବାକୁ ଯାଇଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ (43) ପିତା ଜୟ ସ୍ଵାଇଁ ଆଉ ଘରକୁ ଫେରିନଥିଲେ। । ଅସାବଧାନତା କାରଣରୁ ତାଙ୍କ ଗୋଡ ଖସି ସେ ପୋଖରୀ ରେ ବୁଡିଯାଇଥିବା ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ପରିବାର ଲୋକେ ସଙ୍ଗେ ସଙ୍ଗେ 108 ଆମ୍ବୁଲଆନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଶୁଣିବାକୁ ପାଇ ପରିବାର ଲୋକଙ୍କ ସମେତ ଗ୍ରାମ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।