SMS News Bureau Rourkela
ତାରା ତାରିଣୀ ମନ୍ଦିର କମିଟିର ନୂତନ କର୍ମ କର୍ମକର୍ତ୍ତା ନିର୍ବାଚିତ।
ସେକ୍ଟର_୬ ସ୍ଥିତ ତାରା ତାରିଣୀ ମନ୍ଦିରର ସଭାପତି ବିଶ୍ବଜିତ ଜେନା ଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ମନୋରଞ୍ଜନ ତ୍ରୀପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସୁବାସ ପାଢ଼ୀ ମନ୍ଦିରର ଆୟବ୍ୟୟର ଉପରେ ହିସାବ ଉପସ୍ଥାପନା କରିଥିଲେ। ପୁରାତନ କମିଟିକୁ ଭଙ୍ଗାଯାଇ ନୂତନ କମିଟି ଗଠନ କରାଯାଇଥିଲା। ସଭ୍ୟ ମାନଙ୍କର ସର୍ବସମ୍ମତି କ୍ରମେ ସଭାପତି ବିଶ୍ବଜିତ ଜେନା ଓ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦଳାଇ ମନୋନୀତ ହୋଇଥିଲେ। ଏଥିସହ କାର୍ଯ୍ୟକାରୀ ସଭାପତି ରମାକାନ୍ତ ମହାରଣା ଉପସଭାପତି ଭାସ୍କର ନନ୍ଦ ଅର୍ଜୁନ ପଣ୍ଡା କାଳିଦାସ ପାତ୍ର ସୁଶାନ୍ତ କୁମାର ପାତ୍ର କୋଷାଧ୍ୟକ୍ଷ ସୁବାସ ପାଢ଼ୀ ମନୋନୀତ ହୋଇଥିବା ବେଳେ ଉପ ସଂପାଦକ ଶ୍ରବଣ କୁମାର ଦଳାଇ ଜନସମ୍ପର୍କ ସଂପାଦକ ମୀନକେତନ ନନ୍ଦ ଉନ୍ନୟନ ସଂପାଦକ ମନୋରଞ୍ଜନ ତ୍ରୀପାଠୀ ପରିଚାଳନା ସଂପାଦକ ପ୍ରଶାନ୍ତ କୁମାର ପଣ୍ଡା ଓ ରଙ୍କ ନିଧି ବେହେରା ସାଂସ୍କୃତିକ ସଂପାଦକ ବଂଶୀଧର ନାହାକ , କୁମୁଦ ଚନ୍ଦ୍ର ରାଉତ ଓ ଭାଗୀରଥି ସାହୁ ମନୋନୀତ ସହିତ ୧୧ ଜଣିଆ ଉପଦେଷ୍ଠା ମଣ୍ଡଳୀ ସଦସ୍ଯ ଓ ୧୦ଜଣ କାର୍ଯ୍ୟକାରୀ ସଭ୍ଯ ଅନ୍ତର୍ଭୁକ୍ତ କରାଯାଇଛି। ଶେଷରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ଯବାଦ ଅର୍ପଣ କରିଥିଲେ।