ପବିତ୍ର ଘୋଷଯାତ୍ରାର ପଞ୍ଚମ ଦିନରେ ରାଉରକେଲା ପାୱାର ହାଉସ୍ ରୋଡ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପାଳିତ ହୋଇଛି ବହୁ ପ୍ରତୀକ୍ଷିତ ହେରା ପଞ୍ଚମୀ ନୀତି। ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମା' ମହାଲକ୍ଷ୍ମୀ ପ୍ଲାଣ୍ଟ ସାଇଟ୍ ରୋଡ ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲେ।
ସୁସଜ୍ଜିତ ପାଲିଙ୍କିରେ ବିଜେ କରି ମା' ଆଡ଼ପ ମଣ୍ଡପରେ ପହଞ୍ଚିଥିଲେ। ପାରମ୍ପରିକ ନୀତି ଅନୁଯାୟୀ ମହାପ୍ରଭୁଙ୍କ ସହ ସାଙ୍କେତିକ ସାକ୍ଷାତ ପରେ ମା' ଅସନ୍ତୋଷ ପ୍ରକାଶ କରି ନନ୍ଦିଘୋଷ ରଥର ଏକ ଅଂଶକୁ କ୍ଷତିଗ୍ରସ୍ତ କରିଥିଲେ। ଏହି ନୀତି ମାଧ୍ୟମରେ ସ୍ୱାମୀ-ସ୍ତ୍ରୀଙ୍କ ଭାବପୂର୍ଣ୍ଣ ସମ୍ପର୍କ ଓ ଓଡ଼ିଆ ପରମ୍ପରାର ଅନନ୍ୟ ଝଲକ ପ୍ରତିଫଳିତ ହୋଇଥାଏ।