ଗୋମାତାଙ୍କୁ 'ରାଷ୍ଟ୍ରମାତା' ମାନ୍ୟତା ଦାବିରେ ବୌଦ୍ଧରେ ବିଶାଳ ଶୋଭାଯାତ୍ରା; ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ
ବୌଦ୍ଧ: ଗୋମାତାଙ୍କୁ ରାଷ୍ଟ୍ରମାତା ବା ରାଷ୍ଟ୍ରର ଆରାଧ୍ୟା ସମ୍ମାନ ଦେବା ପାଇଁ ସମଗ୍ର ଭାରତ ବର୍ଷରେ ଆରମ୍ଭ ହୋଇଥିବା ଅଭିଯାନ କ୍ରମରେ ବୌଦ୍ଧ ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ସୋମବାର ବୌଦ୍ଧ ସହରର ଶ୍ରୀରାମ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ, ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କ ନେତୃତ୍ୱରେ ଜିଲ୍ଲାର ସାଧୁସନ୍ଥ ଓ ଗୋଭକ୍ତମାନେ ଏକତ୍ରିତ ହୋଇ ଗୋପୂଜନ କରିଥିଲେ। ଏହାପରେ ସହର ପରିକ୍ରମା କରି ଶୋଭାଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।
ଗୋଭକ୍ତମାନଙ୍କ ଦ୍ୱାରା ଜିଲ୍ଲାରୁ ସଂଗୃହିତ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ପୁସ୍ତିକା, ପେନ୍ ଡ୍ରାଇଭ୍ ଏବଂ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ସାଧୁସନ୍ଥ, ଗୋପାଳକ ଓ ଗୋପ୍ରେମୀ ଉପସ୍ଥିତ ଥିଲେ।
#BoudhNews #Gomata #Rastramata #Goseva #OdishaNews #SocialAwareness