ବର୍ଷାରେ ଏକଟାଗୁଡା-ଦୁବୁଲି ବ୍ରିଜ୍ ଉପରେ ପ୍ରବଳ ପାଣି ପ୍ରବାହ
ଜୟପୁର: ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜୟପୁର ବ୍ଲକ ଅନ୍ତର୍ଗତ ଗଡ଼ପଦର ପଂଚାୟତ ଏକଟାଗୁଡା-ଦୁବୁଲି ବ୍ରିଜ୍ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।ଖବର ପାଇ ଘଟଣାସ୍ଥଳରେ ବ୍ଲକ ପ୍ରଶାସନ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିଛି। ବ୍ରିଜ୍ ଉପରେ ପାଣିର ପ୍ରବାହ ଅଧିକ ଥିବାରୁ ଲୋକଙ୍କ ଯାତାୟାତ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍ କରାଯାଇଛି।ଅତ୍ୟାବଶ୍ୟକ ନଥିଲେ ବ୍ରିଜ୍ ଦେଇ ଯାତାୟାତ ନକରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ପାଣିର ପ୍ରବାହ ଓ ସ୍ଥିତି ଉପରେ ବ୍ଲକ ପ୍ରଶାସନ ନଜର ରଖିଛି।