କଟକ ସଦର: ମାଣପୁର ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
କଟକ ସଦର ମାଣପୁର ପଞ୍ଚାୟତରେ ଆଜି ପୂର୍ବାହ୍ନରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ଖୁଣ୍ଟିଆଙ୍କ ସହ ବିଜେଡିର ସକ୍ରିୟ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିବା ସହ ହାତମୁଠାକୁ ଟାଣ କରିବା ପାଇଁ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ।