#ପୋଲିସ_ପ୍ରଶାସନ_ପକ୍ଷରୁ_ଯାଜପୁର_ସହର_ରେ_ଫ୍ଲାଗ_ମାର୍ଚ୍ଚ
ଯାଜପୁର ର ଗଣପର୍ବ କାଳୀପୂଜା ରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହର ରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାଞ୍ଚଳ ଆଇଜି ଡ଼ ସତ୍ୟଜିତ ନାୟକ, ଯାଜପୁର ଏସପି ୟସ ପ୍ରତାପ ଶ୍ରୀମାଲ ସାମିଲ ହୋଇ ସହର ରେ ଶାନ୍ତି ବଜାୟ ରଖିବା ପାଇଁ ସଚେତନ କରିଥିଲେ। ସହର ରେ କାଳୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ସହ ଶାନ୍ତି ପ୍ରତିଷ୍ଠା ଲାଗି ୨୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ପୂର୍ବରୁ କାଳୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୋଲିସର ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ଫ୍ଲାଗ୍ ମାର୍ଚ୍ଚ ମାଧ୍ୟମରେ ସହରବାସୀଙ୍କୁ ସୁରକ୍ଷାର ବାର୍ତ୍ତା ଦେବା ସହ ଅସାମାଜିକତ୍ତ୍ୱଙ୍କୁ କଡ଼ା ଚେତାବନୀ ଦେଇଛି ପୋଲିସ। କାଳୀପୂଜା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଆଇନଶୃଙ୍ଖଳା ରକ୍ଷା କରିବା ସହ ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ସାଧାରଣ ଜନତାଙ୍କୁ ଅପିଲ୍ କରିଛି ଯାଜପୁର ପୋଲିସ।
ଏହି ଫ୍ଲାଗ ମାର୍ଚ୍ଚ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ସାମିଲ ହୋଇ ସହର ରେ ଫ୍ଲାଗ ମାର୍ଚ୍ଚ କରିଥିଲେ। ଏହି ଫ୍ଲାଗ ମାର୍ଚ୍ଚ ଯାଜପୁର ଥାନା ରୁ ବାହାରି ସହର ପରିକ୍ରମା କରିଥିଲା।
#jajpurkalipuja #lntvnetwork #jajpurnews ,, #jajpurkhabar #aeiodisha