ବାଲେଶ୍ବର ସଦର: ବାଲେଶ୍ୱର ଇଞ୍ଚୁଡ଼ିରେ ଯୁବକଙ୍କ ଆତ୍ମହତ୍ୟା: ଚିକିତ୍ସାଳୟରେ ଡାକ୍ତର ଘୋଷଣା କଲେ ମୃତ
ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଇଞ୍ଚୁଡ଼ି ଅଞ୍ଚଳରେ ନବୀନ କୁମାର ଦାସ ନାମକ ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଥାନାରେ ମାମଲା ରୁଜୁ ହୋଇଛି।