ଏନଲସି କମ୍ପାନୀ ପକ୍ଷରୁ କ୍ଷତିପୁରଣ ଏବଂ ନିଯୁକ୍ତି ଦାବି କରି ଆଜି ଜିଲ୍ଲାପାଳ ଦ୍ୱାରସ୍ତ ହୋଇଛନ୍ତି ତରେଇକେଲା ର ମହିଳାମାନେ l ଆଜି ଅପରାହ୍ନ ପ୍ରାୟ ୫ ଟା ୩୦ ରେ ଝାରସୁଗୁଡା ଜିଲ୍ଲାପାଳ ଙ୍କୁ ଏହି ମହିଳାମାନେ ଏକ ଦାବିପତ୍ର ଦେଇ କହିଛନ୍ତି ସରକାର ଯେତେବେଳେ ପୁଅ ଝିଅ ସମାନ କହୁଛନ୍ତି ଏନଏଲସି କମ୍ପାନୀ ପାତର ଅନ୍ତର କରୁଛି l ହିର୍ମା ପଂଚାୟତ ର ତରେଇକେଲା ଗ୍ରାମ କୁ ବିସ୍ଥାପିତ କରୁଥିଲେ ହେଁ ଗ୍ରାମ ର କିଛି ଯୁବକ ଏବଂ କିଛି ବିବାହିତା ଝିଅଙ୍କୁ ନିଯୁକ୍ତି, କ୍ଷତିପୂରଣ ଦେଇ ଅନ୍ୟ ବିବାହିତ ଝିଅ ମାନଂକୁ ଏଥିରୁ ବଞ୍ଚିତ କରୁଛି l ବାପାଘରେ ସେମାନଙ୍କ ପୈତୃକ ସମ୍ପତ୍ତି ଜମି