#ନବରଙ୍ଗପୁରରେ_ବିଜେଡିର_ଶିକ୍ଷା_ବଞ୍ଚାଅ_ଆନ୍ଦୋଳନ
📚 ପାଠ୍ୟପୁସ୍ତକରେ ତ୍ରୁଟି ଅଭିଯୋଗ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ନବରଙ୍ଗପୁରରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ। ନୂତନ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ପାଠ୍ୟକ୍ରମ ବାହାରର ବିଷୟବସ୍ତୁ ସ୍ଥାନ ପାଇଥିବା ଅଭିଯୋଗ କରି ବିଜେଡିର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି।
ଚାଉଁରିଆଗୁଡ଼ା ଛକରୁ ବାହାରିଥିବା ରାଲି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏଠାରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଜେଡି ନେତାମାନେ ପ୍ରଶ୍ନ ଉଠାଇଥିଲେ।
ଆନ୍ଦୋଳନକାରୀମାନେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ।
ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ଶିକ୍ଷା ବ୍ୟବସ୍ଥାର ଏଭଳି ତ୍ରୁଟିକୁ ଦଳ ବରଦାସ୍ତ କରିବ ନାହିଁ। ବିଧାନସଭା ଭିତରେ ପ୍ରସଙ୍ଗ ଉଠାଯିବା ସହ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ମନ୍ତ୍ରୀଙ୍କ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
#ନବରଙ୍ଗପୁର #BJD #ଶିକ୍ଷାବଞ୍ଚାଅ #Education #ପାଠ୍ୟପୁସ୍ତକ #ପ୍ରତିବାଦ #Nabarangpur #OdishaNews #OdishaPolitics