କଟକ ପୌରାଞ୍ଚଳ: ବାଲିଯାତ୍ରାରେ କଟକର ପ୍ରସିଦ୍ଧ ଦହିବରା ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ବାଲିଯାତ୍ରା ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକର ପ୍ରସିଦ୍ଧ ତ୍ରିନାଥ ଦହିବରା ଷ୍ଟଲରେ ରାଷ୍ଟ୍ରପତିଙ୍କ ଦହିବରା ଖାଇବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏହାକୁ ନେଇ କଟକ ବାସୀ ଓ ବ୍ୟବସାୟୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।