ଓରିଏଣ୍ଟ: ଗୁମାଡେରା ମାଲିପଡାରେ ଶ୍ରୀ ଶ୍ରୀ କାର୍ତିକ ପୁର୍ଣିମା ପୂଜା ଆରମ୍ଭ ହୋଇଛି
ଝାରସୁଗୁଡା ଜିଲ୍ଲା ଗୁମାଡେରା ମାଲିପଡା ରେ ଶ୍ରୀ ଶ୍ରୀ କାର୍ତିକ ପୁର୍ଣିମା ପୂଜା ଆରମ୍ଭ ହୋଇଛି l ଗତକାଲି ସନ୍ଧ୍ୟା ୭ ଟା ରେ କଳସ ଯାତ୍ରା ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆଜି ସକାଳୁ ସମ୍ପୂର୍ଣ ରୀତିନୀତିରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି l ଆଜି ସନ୍ଧ୍ୟା ୬ ଟା ରେ ସନ୍ଧ୍ୟା ଆଳତି ସମୟରେ ମାଲିପଡା, ଗୁମାଡେରା, ବେଲପାହାଡ ଏବଂ ଆଖପାଖ ଅଂଚଳର ଭକ୍ତଙ୍କ ବେଶ ସମାଗମ ହୋଇଥିବାବେଳେ ଆସନ୍ତା ୫ ତାରିଖ ଯାଏଁ ସମ୍ପୂର୍ଣ ରୀତିନିତି ରେ ପୂଜାର୍ଚନା ସହ ପୁର୍ଣିମା ପୂଜା ଏବଂ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l