କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକର ରାଜଡା, ସାନଆମଡା ଓ ବାମୁନି ପଞ୍ଚାୟତ କୁ ଅଚାନକ ଗସ୍ତ କରିଥିଲେ l ରାଜଡା ପଞ୍ଚାୟତ ରେ ନବ ନିର୍ମିତ ଅମୃତ ସରବର ଜାଇ କାର୍ଯ୍ୟ ର ଯାଞ୍ଚ କରିଥିଲେ,ସାନ ଆମଡା ପଞ୍ଚାୟତ ରେ ବୃକ୍ଷ ରୋପଣ ହୋଇଥିବା ସ୍ଥାନ କୁ ଜାଇ ସେଠାକାର ପରିସ୍ଥିତି ଯାଞ୍ଚ କରିବା ସହ ଗଛ କିପରି ସୁରକ୍ଷିତ ରହି ବଡ଼ିବ ସେନେଇ ଆଲୋଚନା କରିଥିଲେ l ତତ୍ପରେ ବାମୁନି ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ରହିଥିବା ଅନୁସାଙ୍ଗିକ ବ୍ୟବସ୍ଥା ଉପରେ ଅଙ୍ଗନବାଡି କର୍ମୀ ଙ୍କ ସହ ଆଲୋଚନା କରିଥିଲେ l